ଥର୍ମୋକୁଲ୍‌ ପ୍ଲେଟ୍‌ର ବ୍ୟବହାର ଉପରେ ରୋକ୍ ଲଗାଇଲେ ହିମାଚଳ ପ୍ରଦେଶ ସରକାର

ଶିମଲା : ମଙ୍ଗଳବାର ହିମାଚଳ ପ୍ରଦେଶ  ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ଥର୍ମୋକୁଲ୍‌ ପ୍ଲେଟ୍‌ର ବ୍ୟବହାରରେ ରୋକ୍‌ ଲଗାଇଛନ୍ତି। କାରଣ ଏହା  ପ୍ରଦୂଷଣର ମୁଖ୍ୟ କାରଣ ସାଜୁଛି । ଏହା ସହ ଅଫିସିଆଲ୍‌ ଫଙ୍କସନ ଗୁଡିକରେ ବହୁଳ ବ୍ୟବହାର ହେଉଥିବା ୧ଲିଟରରୁ କମ୍‌ ପାଣି ବୋତଲର ବ୍ୟବହାରକୁ ବାରଣ କରାଯାଇଛି।

ସୁନ୍ଦରନଗର ସହରର ମଣ୍ଡି ଜିଲ୍ଲାରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର କହିଛନ୍ତି , ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାରକୁ କମାଇବା ପାଇଁ  ପ୍ରତି ସରକାରୀ ସ୍କୁଲ୍‌ରେ ସମସ୍ତ ପିଲାଙ୍କୁ ଗୋଟିଏ ଲେଖାଏଁ ଷ୍ଟିଲ୍‌ ବୋତଲ ଦିଆଯିବ। ମୁଖ୍ୟମନ୍ତ୍ରୀ ବର୍ଦ୍ଦି ଯୋଜନାରେ ସ୍କୁଲ ପିଲାମାନଙ୍କୁ ଷ୍ଟିଲ ବୋତଲ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହା ସହ ଅଭିଭାବକମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ସେମାନଙ୍କ ପିଲାଙ୍କୁ ପ୍ଲାଷ୍ଟିକ୍‌ ବୋତଲ ପରିବର୍ତ୍ତେ ଷ୍ଟିଲ୍‌ ବୋତଲ କିଣି ଦିଅନ୍ତୁ।

ଠାକୁର ଆଉ ମଧ୍ୟ କହିଛନ୍ତି, ଯେଉଁ ଭଳି ଭାବେ  ପ୍ରତିଦିନ ଲୋକମାନେ ପ୍ଲାଷ୍ଟିକ୍‌ ବ୍ୟାଗ୍ କରୁଛନ୍ତି ଏହା ପରିବେଶକୁ ଦୂଷିତ କରିବାରେ ଖୋରାକ ଯୋଗାଉଛି। ଏହା ଏବେ ଚିନ୍ତିର ବିଷୟ ସାଜିଛି। ସରକାର ନିଷ୍ପତ୍ତି ନେଇଛନ୍ତି ରାଜ୍ୟରେ ୧୦ଟି ୱେଷ୍ଟ ମ୍ୟାନେଜ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ କରିବେ, ଯାହା ଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁକୁ ନଷ୍ଟ କରାଯାଇପାରିବ ଓ ସେଥିରୁ ଅନ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରାଯାଇପାରିବ।

 

You might also like