ରାଜଧାନୀରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌, ଧରାପଡ଼ିଲେ ୮ ବିଦେଶିନୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ବିଦେଶିନୀ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି କମିଶନରେଟ୍‌ ପୋଲିସ। ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏହି ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍ ଧରିଛି କମିଶନରେଟ୍ ପୋଲିସ। ରାକେଟ୍‌ରେ ସଂପୃକ୍ତ ଥିବା ୮ଜଣ ଥାଇଲାଣ୍ଡ ଯୁବତୀ ଧରାପଡ଼ିଛନ୍ତି। ଥାଇଲାଣ୍ଡ ଯୁବତୀଙ୍କ ସହ ୭ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ବାପୁଜୀନଗରର ଏକ ସ୍ପାରେ ଏହି ସେକ୍ସ ରାକେଟ ଚାଲିଥିଲା।

ଗତ ସପ୍ତାହେ ମଧ୍ୟରେ ରାଜଧାନୀରେ ତିନି ତିନିଟି ସେକ୍ସ ରାକେଟକୁ ପୋଲିସ ଠାବ କରିଛି। ଗତକାଲି ଗଜପତି ନଗରରେ ଥିବା ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିବାବେଳେ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ ଚଢାଉ କରି ରାକେଟ୍‌କୁ ଧରିବାରେ ସକ୍ଷମ ହୋଇଥିଲା। ଘଟଣାରେ ପୋଲିସ ୨ଜଣ ଯୁବତୀଙ୍କ ସହ ୨ଜଣ ଗ୍ରାହକ ଓ ୨ଜଣ ଦଲାଲଙ୍କୁ ଗିରଫ କରିଥିଲା। ପୂର୍ବରୁ ଗତ ୯ ତାରିଖରେ ଭୁବନେଶ୍ୱର ଆଇଆରସି ଭିଲେଜ ସ୍ଥିତ ପାର୍ବତୀ ଗେଷ୍ଟ ହାଉସରେ ଚଢାଉ କରି ପୋଲିସ ଏକ ସେକ୍ସ ରାକେଟ ଠାବ କରିଥିଲା। ଏଥିରେ ୩ ଜଣ ଯୁବତୀଙ୍କ ସହ ମ୍ୟାନେଜର, ସେକ୍ସ କାରବାର ଚଳାଉଥିବା ବ୍ୟକ୍ତିଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା।

You might also like