ଡିଜିଟାଲ କ୍ଷେତ୍ରରେ ଆଉ ପାଦେ ଆଗେଇଲା କମିଶନରେଟ ପୋଲିସ
ଭୁବନେଶ୍ୱର : ଡିଜିଟାଲ କ୍ଷେତ୍ରରେ ଆଉ ପାଦେ ଆଗେଇଲା କମିଶନରେଟ ପୋଲିସ। ଆଜି କମିଶନରେଟ୍ ପୋଲିସ ପକ୍ଷରୁ ପରିପ୍ରଶ୍ନ କକ୍ଷ ଉଦ୍ଘାଟିତ ହୋଇଛି। କ୍ୟାପିଟାଲ ଥାନାରେ ପୋଲିସ କମିଶନର ଏହି କକ୍ଷର ଉଦ୍ଘାଟନ କରିଛନ୍ତି।
ଏହି ପରିପ୍ରଶ୍ନ କକ୍ଷରେ ଅଭିଯୁକ୍ତଙ୍କୁ ପ୍ରାଥମିକ ଜେରା ବେଳର ଅଡିଓ ଭିଜୁଆଲ ରେକର୍ଡିଂ ବ୍ୟବସ୍ଥା ରହିଛି। ଏହି ଜେରା ବେଳେ ପରିପ୍ରଶ୍ନ କକ୍ଷରେ ଅଭିଯୁକ୍ତଙ୍କ ସଂପର୍କୀୟ ମଧ୍ୟ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି। ଏହା ଦ୍ୱାରା ପୋଲିସ ବୟାନ ବଦଳାଇଦେଉଥିବା ଅଭିଯୋଗ ଉପରୁ ସନ୍ଦେହ ଦୂର ହୋଇପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଉଛି।