ଗଠନ ହେଲା ଐତିହ୍ୟ କ୍ୟାବିନେଟ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧି ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ ପୂର୍ବକ ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରି ତାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଗଠନ କରିଛନ୍ତି ଐତିହ୍ୟ କ୍ୟାବିନେଟ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୮ ଜଣ ବରିଷ୍ଠ ମନ୍ତ୍ରୀ ରହିବେ।  ଏହି କ୍ୟାବିନେଟ କମିଟିର କାମ ହେଲା-ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସଂରକ୍ଷଣ, ପ୍ରଚାର, ପ୍ରସାର ତଥା ସମୃଦ୍ଧି ନିମନ୍ତେ କାମ କରୁଥିବା ସଂସ୍ଥା ଓ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ।

ଏଥି ସହିତ ଆବଶ୍ୟକ ନୀତି ନିର୍ଧାରଣ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସଂପୃକ୍ତ ସମସ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦିଷ୍ଟ ପରାମର୍ଶ ଦେବା ଓ ଦରକାର ହେଉଥିବା ପ୍ରସ୍ତାବ ଆଲୋଚନା ମାଧ୍ୟମରେ ଚୂଡ଼ାନ୍ତ କରିବ ଏହି କ୍ୟାବିନେଟ କମିଟି।  ମୁଖ୍ୟ ଶାସନ ସଚିବ ଐତିହ୍ୟ କ୍ୟାବିନେଟର ସଚିବ ଭାବେ କାମ କରିବେ।

You might also like
Comments
Loading...