ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ

ଭୁବନେଶ୍ୱର : ମାଟ୍ରିକ୍ ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ଚିନ୍ତା। ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ ସେଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଶ୍ନପତ୍ର ଯଦି ଭାଇରାଲ ହୁଏ ପୋଲିସରେ ଅଭିଯୋଗ ହେବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି CHSE ଅଧ୍ୟକ୍ଷ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ସେହିଭଳି ପରୀକ୍ଷା କେନ୍ଦ୍ରକୁ କେବଳ ସୁପରିଣ୍ଟେଣ୍ଡେଣ୍ଟ୍ ହିଁ ମୋବାଇଲ ନେଇପାରିବେ।  କପି ଚେକିଂ ପାଇଁ ଯାଉଥିବା ଫ୍ଲାଇଂ ସ୍କ୍ୱାଡ୍ ଅଧକାରୀ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇ ପାରିବେ ନାହିଁ। ସେହିପରି ପରୀକ୍ଷା ହଲ୍‌ରେ ପ୍ରଶ୍ନପତ୍ର ବଳକା ହେଲେ ସେହି ରୁମରେ ରହିବ ବୋଲି ନିଷ୍ପତ୍ତି ନିଆଯାଛି।

ଚଳିତବର୍ଷ ୩ଲକ୍ଷ ୬୫ହଜାର ୮୨୬ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ। ରାଜ୍ୟରେ ୧୧୦୪ଟି ପରୀକ୍ଷାକେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି। ଏପ୍ରିଲ ପ୍ରଥମ ସପ୍ତାହରୁ ମୂଲ୍ୟାଙ୍କନ ହେବ ବୋଲି CHSE ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

You might also like