ଆହୁରି ୩୬ ଘଣ୍ଟା ବର୍ଷିବ!
ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆହୁରି ୩୬ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବା ନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସାଢ଼େ ୧୦ଟା ଯାଏ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ,ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ ଓ ବଲାଙ୍ଗିର।
ଏହାସହ କଟକ ଓ ଭୁବନେଶ୍ୱର ସହରରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।