କାଲିଠାରୁ ପ୍ରବଳ ବର୍ଷା; ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ବର୍ଷାର ପରିମାଣ ବଢ଼ିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୧ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ସେହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, କନ୍ଧମାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି। ୩ଦିନ ଧରି ବର୍ଷା ଲାଗି ରହିବ। ତେବେ ୧୯ ଓ ୨୦ରେ ବର୍ଷାର ପରିମାଣ ଅଧିକ ରହିବ। ଏହି ୨ ଦିନ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ କରାଯାଇଛି।

You might also like