ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର :  ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ୧୧ଟି ଜିଲ୍ଲା ଗୁଡ଼ିକ ହେଲା ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା,ଯାଜପୁର,କଟକ,ଜଗତସିଂହପୁର,କେନ୍ଦୁଝର,ସୁନ୍ଦରଗଡ଼,ସମ୍ୱଲପୁର ଓ ଝାରସୁଗୁଡ଼ା । ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏହି ସୂଚନା ଦେଇଛି। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଅାଯାଇଛି।

ଏପଟେ ରାଜ୍ୟର ଅନେକ ଅଞ୍ଚଳରେ ଅାଜି ବର୍ଷା ହେଉଛି। ଅାଜି ସକାଳୁ ଭୁବନେଶ୍ୱର ଓ ଏହାର ଅାଖପାଖ ଅଞ୍ଚଳରେ ବର୍ଷା ହୋଇଛି। ଏହା ସହିତ କେତେକ ଅଞ୍ଚଳରେ ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

You might also like