ଲଘୁଚାପ ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ
ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡିଛି। ରାଜଧାନୀରେ ପ୍ରବଳ ବର୍ଷା ହେବା ପରେ ଇସ୍କନ ସହ ନୂଅାପଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଛି।
ଗଣ୍ଡମୁଣ୍ଡା ଅଞ୍ଚଳରେ ମଧ୍ୟ ବର୍ଷା ପାଣି ଜମି ରହିଥିଲା। ଅନେକ ସ୍ଥାନରେ ଅାଣ୍ଠୁଏ ଉଚ୍ଚର ପାଣି ଚାଲିଛି। ସେହିପରି ଜୟଦେବ ବିହାର, ଓଲଡ୍ ଟାଉନ୍, କଳ୍ପନା, ଶାସ୍ତ୍ରୀ ନଗର ଅଞ୍ଚଳର ଅଧିକାଂଶ ସ୍ଥାନ ପାଣି ଘେରରେ ରହିଛି।
ଅାଜିଠାରୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଅାଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହା ପୂର୍ବରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଅାନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି।