ଅାଜିଠୁ ୨୮ତାରିଖ ଯାଏଁ ବର୍ଷା ଲାଗି ରହିବ

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଅାଖପାଖରେ ଲଘୁଚାପ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ରାଜ୍ୟରେ ଅାଜି ଠାରୁ ୨୮ ଯାଏଁ ବର୍ଷା ଲାଗି ରହିବ। ଅାଜି ପଶ୍ଚିମ, ଅାଭ୍ୟନ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ ।

କାଲିଠୁ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ରାୟଗଡ଼ା,ବରଗଡ଼, ସୁନ୍ଦରଗଡ଼, ନୂଅାପଡ଼ା ଓ ସୋନପୁର ଜିଲ୍ଲାରେ ୨୭ରୁ ଅନ୍ୟ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା କହିଛି ବ୍ରାହ୍ମଣୀ, ବୈତରଣୀ, ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି।

You might also like