ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଭାଙ୍ଗିଲା ୬୮ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ପ୍ରକୃତିର କୋପ। ଗତ କିଛି ଦିନ ଧରି ଉତ୍ତରଖଣ୍ଡରେ ଲାଗି ରହିଥିବା ବର୍ଷା, ସାରା ରାଜ୍ୟରେ ବିତ୍ପାତ ସୃଷ୍ଟି କରିଛି। ହିମାଳୟ ପାଦ ଦେଶରେ ହେଉଥିବା ଏହି ବର୍ଷା ଗତ ୬୮ ବର୍ଷର ରେକର୍ଡ ଭାଙ୍ଗିଛି। ତେଣୁ ପର୍ଯ୍ୟଟକଙ୍କୁ ବର୍ତ୍ତମାନ ପାଇଁ ଉତ୍ତରାଖଣ୍ଡ ନଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଏଥିସହିତ ଆସନ୍ତା ୪୮ ଘଣ୍ଟା ଯାଏଁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କେବଳ ଉତ୍ତରାଖଣ୍ଡ ନୁହଁ ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାନବାହନ ଚଳାଚଳ ଉପରେ ମଧ୍ୟ ଏହାର ସିଧା ସଳଖ ପ୍ରଭାବ ପଡ଼ିଛି। ଅନ୍ୟପକ୍ଷରେ ପିତ୍ତୋରଗଡ଼ ଜିଲ୍ଳାରେ ଥିବା ସେରାଗଟ ଡ୍ୟାମ୍‌ର କିଛି ଅଂଶ କ୍ଷତିଗସ୍ତ ହୋଇଥିବା ଖବର ମିଳିଛି। ବିଭିନ୍ନ ଅଞ୍ଚଳରେ ଲୋକେ ଫଶି ରହିଥିବା ଯୋଗୁଁ ସେ ସମସ୍ତ ଅଞ୍ଚଳକୁ ଏନ୍‌ଡିଆରଏଫ୍‌ ଟିମ୍‌କୁ ପଠାଯାଇଛି।

You might also like