ବର୍ଷା ବିତ୍ପାତ: ମୁମ୍ବାଇ ଜଳାର୍ଣ୍ଣବ, ଚାରି ମୃତ

ମୁମ୍ବାଇ : ପ୍ରବଳ ବର୍ଷାରେ ମୁମ୍ବାଇ ଜଳମଗ୍ନ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ମହାନଗରୀରେ ଗତ ୩ ଦିନ ଧରି ମୂଷଳ ଧାରାରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଜଳମଗ୍ନ ହୋଇ ପଡ଼ିଛି ମହାନଗରୀର ଅଧିକାଂଶ ଅଞ୍ଚଳ। ବର୍ଷା ଜନିତ ବିଭିନ୍ନ କାରଣରୁ ୪ ଜଣଙ୍କର ମୃତ୍ୟୁ ହେବା ସହ ଗଛପଡ଼ି ଅନେକ ଲୋକ ଆହତ ହୋଇଛନ୍ତି।

ଗାଡ଼ି ଓ ଟ୍ରେନ୍ ଚଳାଚଳ ସହ ବିମାନ ଉଡ଼ାଣ ଗୁରୁତର ପ୍ରଭାବିତ ହୋଇଛି। ବହୁ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଛି। ବିଶେଷ କରି ଧାରାବୀ, ଦାଦର, ହିନ୍ଦମାତା ସାୟନ, ବାନ୍ଦ୍ରା, କୁର୍ଲା ଓ ଚେମ୍ବୁର ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏଣ୍ଟପ୍ ଅଞ୍ଚଳରେ ଥିବା ଏକ କାର୍ ସୋରୁମ୍‌ରେ ମାଟି ଧସି ଯିବାରୁ ୧୫ରୁ ୨୦ଟି ଗାଡି ତଳକୁ ଖସି ପଡିଥିଲା।

ସେହିପରି ବଡାଲା ଅଞ୍ଚଳରେ ମାଟି ଧସି  ୬ଟି କାର କ୍ଷତିଗ୍ରସ୍ତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ବର୍ଷାର ପୂର୍ବାନୁମାନ ଥିବାରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି। ବର୍ଷା ଲାଗି ରହିଥିବାରୁ ମୁମ୍ବାଇରେ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି।

 

 

You might also like