ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ସକ୍ରିୟ ହୋଇଛି ମୌସୁମୀ। ଫଳରେ ଆଜି ଭୋରରୁ ବର୍ଷା ଜାରି ରହିଛି। ଭୁବନେଶ୍ୱର, କଟକ ସମେତ ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି।

ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ଆଜି ସକାଳ ୯ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି କରିଛି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଉ କିଛି ସ୍ଥାନରେ ପାଗ ମେଘୁଆ ରହିଛି।

ପାଣିପାଗ ବିଭାଗର ସୁଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୋଟ ୨୪ଟି ଜିଲ୍ଲାକୁ ମୌସୁମୀ ଛୁଇଁଛି। ବଳକା ଜିଲ୍ଲାକୁ ଆଉ ଦିନେ କିମ୍ବା ୨ ଦିନ ଭିତରେ ମୌସୁମୀ ସକ୍ରିୟ ହେବ। ବିହାର ଓ ପଶ୍ଚିମବଙ୍ଗ  ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ୨ଟି ଘୂର୍ଣ୍ଣିବଳୟ ଥିବାରୁ ଏହା ମୌସୁମୀକୁ ସକ୍ରିୟ କରାଇବାରେ ଅଧିକ ସହାୟକ ହେଉଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୁଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପଟେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିଲୋମିଟର ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ସମୟରେ ସତର୍କତା ଅବଲମ୍ବନ ପାଇଁ ପାଣିପାଗ ବିଭାଗ ନିର୍ଦ୍ଦେଶ ଜାରି କରିଛି।

You might also like