• translate
Odishatv Bureau

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ବୌଦ୍ଧ, କଟକ ଓ ଜଗତସିଂହପୁର।

ସମ୍ଭାବ୍ୟ ବର୍ଷା ସ୍ଥିତିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଏହି ଅବସରରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଓଡ୍ରାଫ୍‌ ଓ ଏନଡିଆର୍‌ଏଫ୍‌ ଟିମ୍‌କୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସମୀକ୍ଷା ବୈଠକ ପରେ ଏସ‌ଆର୍‌ସି ସୂଚନା ଦେଇଛନ୍ତି।

 

 

Other Stories