ମୁମ୍ବାଇରେ ମୌସୁମୀ ବର୍ଷାର ତାଣ୍ଡବ

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ବର୍ଷାରେ ମୁମ୍ବାଇର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଛି। ଲଗାତର ୩ ଦିନ ଧରି ମୁମ୍ବାଇରେ ବର୍ଷା ଜାରି ରହିଛି।

ଏମ୍‌ଜି ରୋଡ୍ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନରୁ ଗଛ ଭାଙ୍ଗି ପଡିବାରୁ ୫ ଜଣ ଆହତ ହୋଇଛନ୍ତି। ସହରର ଥିବା ଅନେକ ସବ୍‌ୱେରେ ଜଳମଗ୍ନ ହେବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଲୋକାଲ୍‌ ଟ୍ରେନ୍‌ ଉପରେ ମଧ୍ୟ ବର୍ଷାର ପ୍ରଭାବ ପଡିଛି। ଏକାଧିକ ଟ୍ରେନ୍‌ ବିଳମ୍ବରେ ଚାଲୁଛି।  ପ୍ରବଳ ବର୍ଷା ଯୋଗୁ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।  ପାଣିପାଗ ସୂଚନା ଅନୁସାରେ ମୁମ୍ବାଇ ପୂର୍ବାଞ୍ଚଳରେ ୧୨୨ mm ବର୍ଷା ହୋଇଥିବାବେଳେ ପଶ୍ଚିମ ମୁମ୍ବାଇରେ ୧୪୧ mm ସହ  ସାନ୍ତାକ୍ରୁଜ ଅଞ୍ଚଳରେ ସର୍ବାଧିକ ୧୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ଅନୁମାନ କରିଛି ପାଣିପାଗ ବିଭାଗ।

You might also like