ଅାଜିଠୁ ୧୮ ଜିଲ୍ଲାରେ ଲଘୁଚାପ ବର୍ଷା

ଦୁଇ ଦିନ ଧରି ପ୍ରବଳ ବର୍ଷିବ ବର୍ଷା

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭିଜିବ ରାଜ୍ୟର ୧୮ ଜିଲ୍ଲା। ଅାସନ୍ତା ଦୁଇ ଦିନ ଧରି ଅର୍ଥାତ ୧୫ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷିବ ବର୍ଷା। ୯ଟି ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ ୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଗଂଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, ଜଗତସିଂପୁର ଏବଂ କଟକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଅନୁଗୁଳ, କେନ୍ଦ୍ରାପଡ଼ା, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଏସ୍ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଅାଯାଇଛି।

ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ବର୍ଷା ଯୋଗୁ ଯଦି କେଉଁଠି ବନ୍ୟା ଭଳି ପରିସ୍ଥିତି ଉପୁଜେ ତେବେ ଉଦ୍ଧାର କାର୍ଯ୍ୟ ପାଇଁ ୩ଶହ ବୋଟ୍ ମହଜୁଦ ରଖାଯାଇଥିବା ସୂଚନା ଦେଇଛନ୍ତି ଡେପୁଟୀ ରିଲିଫ୍ କମିଶନର ପ୍ରଭାତ ରଂଜନ ମହାପାତ୍ର।

ସେପଟେ ଅାଜି କେତେକ ସ୍ଥାନରେ ଘଡ଼ଘଡ଼ି, ଝଡ଼ ତୋଫାନ ଓ ବଜ୍ରପାତ ହେବ ବୋଲି ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଏଥିପାଇଁ ୧୦ଟି ଜିଲ୍ଲାକୁ ଅପରାହ୍ନ ସାଢ଼େ ୪ଟା ଯାଏ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଅାପଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ କହିଛି।

You might also like