ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ଏନ୍‌ଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଘୋଷଣା କରିଛନ୍ତି।

ଜେଡିୟୁର ହରିବଂଶଙ୍କୁ ଜିତିବା ପାଇଁ ୧୧୯ଟି ଭୋଟ୍ ଦରକାର ଥିବାବେଳେ ଭୋଟିଂରେ ତାଙ୍କୁ ୧୨୫ଟି ଭୋଟ୍ ମିଳିଥିଲା। ସେହିପରି ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ବି.କେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ୍‌ ମିଳିଥିଲା।

ଘୋଷଣା ଅନୁଯାୟୀ ହରିବଂଶଙ୍କ ସପକ୍ଷରେ ଭୋଟ ଦେଲା ବିଜୁ ଜନତା ଦଳ। ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

You might also like