ହାର୍ଦ୍ଦିକ ପଟେଲ୍‌ଙ୍କୁ ଜେଲ୍‌ ପରେ ବେଲ୍‌

ନୂଆଦିଲ୍ଲୀ: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଜେଲ୍‌ ଦଣ୍ଡାଦେଶ ଶୁଣାଯିବାର କିଛି ସମୟ ପରେ ଜାମିନ ମିଳିଛି। ତିନି ବର୍ଷ ପୁରୁଣା ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ଅନ୍ୟ ୨ଜଣଙ୍କୁ ଜାମିନ୍‌ ମିଳିଛି।

ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ଓ ତାଙ୍କର ୨ ସହଯୋଗୀ ଲାଲ୍‌ଜୀ ପଟେଲ ଓ ଏକେ ପଟେଲଙ୍କୁ କୋର୍ଟ ଆଜି ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାସହ ସେମାନଙ୍କୁ ୫୦ ହଜାର ଟଙ୍କାର ଜରିମାନା ମଧ୍ୟ କରିଥିଲେ। ୨୦୧୫ ମସିହାରେ ପଟିଦାର ସଂରକ୍ଷଣ ଆନ୍ଦୋଳନ ସମୟରେ ଗୁଜରାଟ ବିସନଗରରେ ଜଣେ ବିଜେପି ବିଧାୟକଙ୍କ ଅଫିସ୍‌ରେ ଭଙ୍ଗାରୁଜା ହୋଇଥିଲା।

ହାର୍ଦ୍ଦିକ୍ ଏବଂ ଅନ୍ୟ ୧୭ ଜଣଙ୍କ ନେତୃତ୍ୱରେ ୫୦୦ରୁ ଅଧିକ ଲୋକ ବିଧାୟକଙ୍କ ଅଫିସ୍‌ ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। ସୂଚନାଯୋଗ୍ୟ ଯେ, ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ନିଜ ସମ୍ପ୍ରଦାୟର ସଦସ୍ୟଙ୍କ ପାଇଁ ସଂରକ୍ଷଣକୁ ନେଇ ଆସନ୍ତା ଅଗଷ୍ଟ ୨୫ ତାରିଖରୁ ହାର୍ଦ୍ଦିକ୍ ଆମରଣ ଅନଶନ କରିବେ। ଏନେଇ ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା ତାଙ୍କ ଅନ୍ତିମ ଯୁଦ୍ଧ ବୋଲି ସେ ଏଥିରେ କହିଥିଲେ।

You might also like