ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚିତ୍ରଲେଖା ପାତ୍ର। ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଚିତ୍ରଲେଖାଙ୍କ ସ୍ୱାମୀ ନିରଞ୍ଜନ ପାତ୍ର ଆଜି ସକାଳେ ମର୍ଣ୍ଣିଂ ଓ୍ୱାକ୍‌ରୁ ଫେରି ଦେଖିଥିଲେ ଯେ, ସେ ପୋଡ଼ି ଯାଇଛନ୍ତି। ତେବେ ଚିତ୍ରଲେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି।

ଆଗରୁ ଘର ମାଲିକଙ୍କ ସହିତ ଗଣ୍ଡଗୋଳ ହୋଇଥିବା କୁହାଯାଉଥିବା ବେଳେ ସେପଟେ ଘର ମାଲିକ ଏହାକୁ ଖଣ୍ଡନ କରିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ସହିଦ ନଗର ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି। ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

You might also like