ମୁଁ କଳ୍‌କୀ ଅବତାର, ପୃଥିବୀବାସୀଙ୍କ ଉଦ୍ଧାର ପାଇଁ ମୋର ଜନ୍ମ

ନୂଆଦିଲ୍ଲୀ: ଅଫିସର୍ ବାବୁଙ୍କ କଳ୍‌କୀ ଥିଓରି। ମନୁଷ୍ୟ ନୁହେଁ ବରଂ ସେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ବୋଲି କହୁଛନ୍ତି। ତେଣୁ ଗତ ୬ ମାସ ଧରି ବାବୁ ଜଣଙ୍କ ଅଫିସ ଯାଉନାହାନ୍ତି। ଘରେ ରହି ବିଶ୍ୱର ହିତ ପାଇଁ ସାଧନା କରୁଛନ୍ତି।

ପଢ଼ନ୍ତୁ ଏପରି ଜଣେ ଅଜବ ଇଞ୍ଜିନିୟରଙ୍କ କାହାଣୀ…

ମୁଁ ଭଗବାନ ବିଷ୍ଣୁଙ୍କ ଦଶମ ତଥା କଳ୍‌କୀ ଅବତାର। ପୃଥିବୀବାସୀଙ୍କୁ ଉଦ୍ଧାର କରିବା ପାଇଁ ମୋର ଜନ୍ମ। ତେଣୁ ମୁଁ ଅଫିସ୍ ଯିବି ନାହିଁ। ଏପରି କିଛି ବ୍ରିଭାନ୍ତିକର କଥା କହୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗୁଜରାଟ ସରକାରଙ୍କ ଅଧିନରେ କାମ କରୁଥିବା ଜଣେ ଇଞ୍ଜିନିୟର୍। ରାଜକୋଟରେ ନିଜ ପରିବାର ସହ ରହନ୍ତି ରମେଶ ଚନ୍ଦ୍ର ଫେପାର। ନିଜକୁ କଳ୍‌କୀ ଅବତାର ଭାବେ ଆଖ୍ୟା ଦେଇ ଏବେ ସେ ଅଫିସ୍ ଯାଉନାହାନ୍ତି।

ଆସନ୍ତୁ ଶୁଣିବା ଆଉ କଣ କହୁଛନ୍ତି ସେ…

ବଡ଼ଦୋରାର ସର୍ଦ୍ଦାର ସରୋବର ନିଗମରେ ସୁପରିଟେଣ୍ଡେଣ୍ଟ୍‌ ଇଞ୍ଜିନୟର ଭାବେ କାମ କରନ୍ତି ରମେଶ। ଗତ ୬ ମାସରୁ ଅଧିକ ସମୟ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ସେ। ଭିନ୍ନ ଭିନ୍ନ ବାହାନା ଦର୍ଶାଇ ଅଫିସ୍ ଯାଉନଥିଲେ ରମେଶ। ତେବେ ଏନେଇ ବାରମ୍ବାର ତାଙ୍କୁ ନୋଟିସ୍ ଜାରି କରିଥିଲା ବିଭାଗ। ଯାହାର ଜବାବ ସମସ୍ତଙ୍କୁ କରିଦେଇଥିଲା ଚକିତ।

ସେ ଭଗବାନ ବିଷ୍ଣୁଙ୍କ ଅବତାର। ଅଧିକରୁ ଅଧିକ ସାଧନା ପାଇଁ ତାଙ୍କୁ ସମୟ ଆବଶ୍ୟକ। ତେଣୁ ସେ ଅଫିସ୍ ଯାଇପାରିବେନି। କେବଳ ଏତିକି ନୁହଁ, ପୂର୍ବରୁ ରାମ ଓ କୃଷ୍ଣଙ୍କ ଅବତାର ଭାବେ ଜନ୍ମ ମଧ୍ୟ ସେ ନେଇଛନ୍ତି। ରମେଶ ଯେ କେବଳ ତଥା କଥିତ କଳ୍‌କୀ ଅବତାର ତା ନୁହେଁ, ତାଙ୍କ ମାଆ ଅହଲ୍ୟାବାଈ ଏବଂ ପତ୍ନୀ ଲକ୍ଷ୍ମୀଙ୍କ ଅବତାର ବୋଲି ସେ କହିଛନ୍ତି।

ଇଞ୍ଜିନିୟର ରମେଶଙ୍କ ପ୍ରତିକ୍ରିୟା ସତରେ ହାସ୍ୟାସ୍ପଦ। ଏକବିଂଶ ଶତାବ୍ଦିରେ ଜଣେ ଉଚ୍ଚ ଶିକ୍ଷିତଙ୍କ ଏଭଳି ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like