ମହିଳାଙ୍କ ନାଁରେ ଲକ୍ଷାଧିକ ଟଙ୍କା ଋଣ ନେଇ ଫେରାର

ବାରିପଦା: ଅଭିନବ ଉପାୟରେ ମହିଳାଙ୍କୁ ଠକେଇ। ବିଶୋଇ ଅଂଚଳରେ ଗତ କିଛି ବର୍ଷ ହେଲା ଏକ ବେସରକାରୀ ସଂସ୍ଥା ଶତାଧିକ ମହିଳାଙ୍କୁ ଏକ ଗ୍ରୁପ ମାଧ୍ୟମରେ ଟଙ୍କା ଋଣ ଯୋଗାଇ ଦେଉଥିଲା। ସେହି ସଂସ୍ଥାର ଜଣେ କର୍ମଚାରୀ ଦଶରଥ ସାହୁ ମହିଳାଙ୍କୁ ବିଭିନ୍ନ ଉପହାରର ପ୍ରଲୋଭନ ଦେଖାଇ ଶତାଧିକ ମହିଳାଙ୍କ ନାଁରେ ଲକ୍ଷାଧିକ ଟଙ୍କା ଋଣ ନେଇ ଫେରାର ହୋଇଯାଇଥିବା ଜଣାପଡିଛି।

ପୋଲିସ ଏହି ଘଟଣାରେ କୌଣସି ପଦକ୍ଷେପ ନ ନେବାରୁ ମହିଳାମାନେ ବାରିପଦା ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି।

You might also like