ପାଣି ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ
କୋରାପୁଟ: କୋରାପୁଟରେ ପାଣି ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସିମିଳିଗୁଡ଼ା ବ୍ଲକ ମାଳିଡୋଳିଆମ୍ବ ଗାଁରେ ଏହି ଗଣ୍ଡଗୋଳ ହୋଇଛି।
ଆହୁରି ପଢ଼ନ୍ତୁ
ଚାଷ ଜମିରେ ପାଣି ମଡ଼ାଇବାକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ। ଆହତମାନଙ୍କୁ ସୁନାବେଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।
ଗାଁରେ ଉତ୍ତେଜନା ଲାଗିରହିଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି।