କଟକରେ ଗଣ୍ଡଗୋଳ ଘଟଣାରେ ୪୩ ଜଣ ଗିରଫ

କଟକ : ସୀମା ବିବାଦକୁ ନେଇ କଟକରେ ଗଣ୍ଡଗୋଳ ଘଟଣାରେ ୪୩ ଜଣ ଗିରଫ । ଲାଇଟ୍ ସଜାକୁ ନେଇ ଗତ ୧୫ ତାରିଖ ରାତିରେ କଟକ ଝୋଲାସାହି ଓ ପୀଠାପୁର ନୂଆସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କଟକ ଡିସିପି ଅଖିଳେଶ୍ୱର ସିଂ ସ୍ଥାନୀୟ ପୋଲିସ ସହ ମିଶି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଏହାପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଏହାପରେ ଉତ୍ତେଜନା ଲାଗି ରହିବାରୁ ସେଠାରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

You might also like