ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପୁଣି ହିଂସାକାଣ୍ଡ। ଭୁବନେଶ୍ୱର ବିଜେବି କଲେଜରେ ଆଜି ପ୍ରାକ୍ ନିର୍ବାଚନୀ ହିଂସା ଦେଖାଦେଇଛି।

ଏହି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ଫଳରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କଲେଜ୍ ପରିସରରେ ବାରମ୍ବାର ଅଣଛାତ୍ର ପ୍ରବେଶ କରି ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ବିଜେବି କଲେଜ ପରିସରରେ ସୁରକ୍ଷାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ।

 

You might also like