• translate
Odishatv Bureau

ଚିତ୍ରକୋଣ୍ଡା: ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି। କିନ୍ତୁ ଏହା ଲୋକମାନଙ୍କ ପାଖରେ ନ ପହଞ୍ଚି ଯୋଜନ ଦୂରରେ ରହିଯାଉଛି। ଏବେ ବି ବିକାଶ ଯେମିତି ଲୋକଙ୍କ ପାଇଁ ସାତ ସପନ ହୋଇ ରହିଛି। ସେମିତି ଏକ ଗାଁ ହେଉଛ ଚିତ୍ରକୋଣ୍ଡା ବ୍ଲକର ରଲେଗାଡ଼ ପଞ୍ଚାୟତ । ଏଠି ସରକାରଙ୍କ ସମସ୍ତ ଯୋଜନା ସତରେ ଅପହଞ୍ଚ ହୋଇଛି । ପଢ଼ନ୍ତୁ ରଲେଗାଡରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ।

ରାସ୍ତା ନାହିଁଗାଁକୁ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼ିବ ବଣ ଜଙ୍ଗଲ ଘେରା ଖାଲଖମାପୂର୍ଣ୍ଣ ପାଦଚଲା ରାସ୍ତା। ତା’ସହ ଏକ ନାଳ ମଧ୍ୟ ପାର ହେବାକୁ ପଡ଼ିବ। ଚିତ୍ରକୋଣ୍ଡା ବ୍ଲକ ରଲେଗାଡ଼ ପଞ୍ଚାୟତର କିଛି ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା କହିଲେ ନ ସରେ। ବର୍ଷା ଦିନ ଆସିଲେ ପଞ୍ଚାୟତର ଟେକପଦର,ସାରକୁବନ୍ଧ,ହାଟଗୁଡା ଓ ଗାଜେଡ଼ ଭଳି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଏଥିରେ ଯିବା ଆସିବା ପାଇଁ ନାନା ହଇରାଣ ହରକତ ହେଉଛନ୍ତି ଏହି ଅଞ୍ଚଳବାସୀ। ଶେଷରେ ପିଚୁ ରାସ୍ତା ଖଣ୍ଡେ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗାଁ ଲୋକେ। ସାରକୁବନ୍ଧ ଘୋଡ଼ା ଘାଟ ଠାରେ ଝୁଲାପୋଲ ନିର୍ମାଣ ସହ ଜାନବାଇ ହାଟପଦ ଠାରୁ ନୂଆ ଟେକପଦର ପର୍ଯ୍ୟନ୍ତ ପିଚୁରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ରାସ୍ତା ପାଇଁ ଆନ୍ଦୋଳନଅନ୍ୟପଟେ ଝୁଲା ବ୍ରିଜ ପାଇଁ ଆସିଥିବା ନିର୍ମାଣ ସାମଗ୍ରୀ ରାସ୍ତା କଡ଼ରେ ପଡ଼ି ଖତ ଖାଉଛି। ହେଲେ ସମ୍ପୃକ୍ତ ଅଧିକାରୀ କହୁଛନ୍ତି ୭୦ ଭାଗ କାମ ସରିଲାଣି। ଆଉ ୩୦ ଭାଗ ଖୁବ୍‌ ଶୀଘ୍ର ଶେଷ ହେବ। ଯଦି ଆଗାମୀ ଦିନରେ  ଦାବି ପୂରଣ ନ ହୁଏ ତେବେ ବ୍ଲକ ଅଫିସରେ ତାଲା ପକାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

( ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)

https://www.youtube.com/watch?v=24DbDMoh9X4

Other Stories