• translate
Odishatv Bureau

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅାନ୍ଧ୍ର-ଓଡ଼ିଶା ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଅା ପଞ୍ଚାୟତ । କିଛି ଦିନର ନିରବତା ପରେ ଅାନ୍ଧ୍ର ପ୍ରଶାସନ ପୁଣି ସେଠି ଅାରମ୍ଭ କଲାଣି ଉନ୍ନୟନମୂଳକ କାମ। ତେଣେ କିନ୍ତୁ ଓଡ଼ିଶା ସରକାରଙ୍କ ଘୋଷଣା ମୁତାବକ ୧୫୦ କୋଟି ଟଙ୍କାର ଉନ୍ନୟନମୂଳକ କାମରୁ ଗୋଟିଏ ବି ଅାରମ୍ଭ ହୋଇନି। ଯାହାକୁ ନେଇ ତେଜିଛି ରାଜନୀତି। କୋଟିଅାବାସୀଙ୍କ ମନରେ ପ୍ରଶ୍ନ, ସରକାର ବିକାଶର ମିଛ ଦର୍ପଣ ଦେଖାଉ ନାହାନ୍ତି ତ?

ଅାନ୍ଧ୍ରର ଦାଦାଗିରି ପରେ ୬ମାସ ତଳେ ବିକାଶର ପ୍ରତିଶ୍ରୁତିରେ କୋଟିଅାବାସୀଙ୍କୁ ପୋତି ପକାଇଥିଲେ ଓଡ଼ିଶା ସରକାର। ହେଲେ ଏହାକୁ ସରକାର କେତେ ପୂରଣ କରିଛନ୍ତି? ସ୍ଥିତି ଅନୁଧ୍ୟାନ ପାଇଁ କୋଟିଆରେ ପହଞ୍ଚିଥିଲା ଓଟିଭି ଟିମ୍‌।

vlcsnap-error870ଅଙ୍କାବଙ୍କା ରାସ୍ତା ସେମିତି ମରଣଯନ୍ତା ଭଳି ରହିଛି । ଯେଉଁଅାଡ଼େ ପିଚୁ ରାସ୍ତା ଅଛି, ସେଠି ବି ପର୍ଯ୍ୟାପ୍ତ ବସ୍ ସୁବିଧା ନ ଥିବାରୁ ପୂର୍ବଭଳି ଜୀବନକୁ ବାଜି ଲଗାଇ ଚାଲିଛି ବିପଦପୂର୍ଣ୍ଣ ଯାତ୍ରା। ସଦର ମହକୁମାରେ ଯେଉଁ ଅାଶ୍ରମ ବିଦ୍ୟାଳୟ ଅଛି, ବହୁବିଧ ସମସ୍ୟାରେ ଚାଲିଛି । ଯେଉଁଠି ପାଠପଢ଼ା ସେଇଠି ରହଣୀ । ୪୦ ସିଟ୍ ବିଶିଷ୍ଟ ଛାତ୍ରୀ ହଷ୍ଟେଲରେ ରହୁଛନ୍ତି ଶହେରୁ ଅଧିକ ପିଲା । ପିଇବା ପାଣି ଓ ଅାଲୋକୀକରଣ ସୁବିଧା କିଛି ବି ଅାଗେଇନି । ସରକାରୀ ଅଫିସର ଓ ଲୋକ ପ୍ରତିନିଧି ଅାସୁଛନ୍ତି, ସମସ୍ତେ ଦେଖି ଚାଲି ଯାଉଛନ୍ତି।

ଦୀର୍ଘ ଦିନ ଧରି ଦୃଷ୍ଟି ଅାଢୁଅାଳରେ ରହିଥିବା ବିବାଦୀୟ କୋଟିଅା ପଞ୍ଚାୟତରେ ଗତ ଜାନୁଅାରୀ ମାସରେ ଅାନ୍ଧ୍ର ପ୍ରଶାସନ ଲୋକଙ୍କୁ ଅାକୃଷ୍ଟ କରିବାକୁ ବାଣ୍ଟିଥିଲା ଭତ୍ତା, କମ୍ବଳ ଓ ଅନ୍ୟାନ୍ୟ ଅାନୁଷଙ୍ଗିକ ଜିନିଷ । ଏମିତିକି ବହୁ ଲୋକଙ୍କୁ ଭୋଟର କାର୍ଡ ବି ଦେଇଛି ଆନ୍ଧ୍ର। ଏସବୁ ଜଣାପଡିବା ପରେ ତେଜିଥିଲା ରାଜନୀତି, ତତ୍ପର ହୋଇଥିଲେ ରାଜ୍ୟ ସରକାର କୋଟିଅାର ସ୍ୱତନ୍ତ୍ର ବିକାଶ ପାଇଁ ଘୋଷଣା ହୋଇଥିଲା ୧୫୦ କୋଟିର ଯୋଜନା। ହେଲେ ସେଥିରୁ ଅାଜିଯାଏଁ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟ ଅାରମ୍ଭ ହୋଇପାରିନି ।

ସେପଟେ କିଛି ମାସର ନିରବତା ପରେ ଅାନ୍ଧ୍ର ପୁଣି ସିନେରୀ, ପଟୁସେନେରି ଓ ତଳଗଞ୍ଜେଇ ପଦରରେ ରାସ୍ତା ସହ ଅନେକ ଉନ୍ନୟନମୂଳକ କାମ ଅାରମ୍ଭ କରିଛି । ଆଉ ଏବେ ଏହାକୁ ନେଇ ତେଜିଛି ରାଜନୀତି ।

Other Stories