ଗାଁକୁ ଫେରିଲେ ଏଭେରେଷ୍ଟ ବିଜୟିନୀ ସ୍ୱର୍ଣ୍ଣଲତା ଦଳେଇ 

ଯାଜପୁର : ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବ। ଏହାକୁ ସତ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଜଗାଡ଼ିହି ଗ୍ରାମର ସ୍ୱର୍ଣ୍ଣଲତା ଦଳେଇ। ଗରିବ ପରିବାରର ସଦସ୍ୟ ହୋଇଥିଲେ ସୁଦ୍ଧା ନିଷ୍ଠାର ସହ ଜଣେ ସଫଳ ପର୍ବୋତାରୋହୀ ଭାବେ ନିଜକୁ ପ୍ରମାଣ କରି ଦେଖାଇଛନ୍ତି। ନିକଟରେ ମାଉଣ୍ଟଏଭେରେଷ୍ଟକୁ ଚଢି ସେ ଇତିହାସରେ ନିଜର ନାଁ ଲେଖାଇଛନ୍ତି। ଆଗକୁ ଜଣେ ସଫଳ ପର୍ବୋତାରୋହୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ସେ।

ପିଲାବେଳରୁ ଦୁଃସାହାସିକ କ୍ରୀଡ଼ା ପ୍ରତି ଥିଲା ଅହେତୁକ ଆଗ୍ରହ। ୧୮ ବର୍ଷ ବୟସରୁ ଏଥିପାଇଁ ପ୍ରଶିକ୍ଷଣ ନେଇଥିଲେ ସ୍ୱର୍ଣ୍ଣଲତା। ଆଉ ୨୦ ବର୍ଷ ବୟସରେ ସେ ଏଭେରେଷ୍ଟ ଶୃଙ୍ଗରେ ପାଦ ଥାପି ରାଜ୍ୟ ତଥା ଦେଶ ଲାଗି ଆଣିଛନ୍ତି ଗୌରବ। ଭାରତର ପ୍ରଥମ ମହିଳା ଏଭେରେଷ୍ଟ ଆରୋହଣକାରୀ ବୈଚେନ୍ଦ୍ରୀ ପାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଶିକ୍ଷଣ ନେଇ ସ୍ୱର୍ଣ୍ଣଲତା ଏହି ସଫଳତା ପାଇଛନ୍ତି । ସେପଟେ ସ୍ୱର୍ଣ୍ଣଲତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଗକୁ ଟ୍ରେନିଂ ଲାଗି ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଯୋଗାଇବାକୁ ଜିଲ୍ଲାପାଳ ଚିଠି ଲେଖିଛନ୍ତି।

କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଜଣେ ସଫଳ ମହିଳା ପର୍ବତାରୋହୀ ଭାବେ ଏଭେରେଷ୍ଟ ଶୃଙ୍ଗରେ ପାଦ ଥାପି ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜଗାଡ଼ିହ ଗାଁର ସ୍ୱର୍ଣ୍ଣଲତା ଦଳେଇ।

You might also like
Comments
Loading...