ଆରବୀୟ ରାଷ୍ଟ୍ର ସହ ଓଡ଼ିଶା ଯୋଡ଼ିବ ଦ୍ୱିପାକ୍ଷିକ ସଂପର୍କ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆରବୀୟ ରାଷ୍ଟ୍ର ସହ ଓଡ଼ିଶା ଯୋଡ଼ିବ ଦ୍ୱିପାକ୍ଷିକ ସଂପର୍କ। ଆରବୀୟ ରାଷ୍ଟ୍ରରୁ ତୈଳ ଆମଦାନୀ କରାଯିବ। ଏହାର ପ୍ରତି ବଦଳରେ ଓଡ଼ିଶାରୁ ଚାଉଳ, କୃଷିଜାତ ଦ୍ରବ୍ୟ ଓ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ କରାଯିବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ତେଲ ଉତ୍ପାଦନକାରୀ ରାଷ୍ଟ୍ର ସହ ସଂପର୍କ ଯୋଡ଼ିବାକୁ ପ୍ରୟାସ କରାଯିବ। ଆଜି ଏନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଛି।

ଆସନ୍ତା ସପ୍ତାହରେ ଦ୍ୱିପାକ୍ଷିକ ଆଲୋଚନା କରାଯିବ ବୋଲି କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ। ସେହିପରି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ରାଜ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ସମୀକ୍ଷା ହୋଇଛି। ବୈଠକକୁ ମୁଖ୍ୟ ଶାସନ ସଚିବ ନଆସି ଅଧିକାରୀଙ୍କୁ ପଠାଇବା ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ।

You might also like