ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତାକୁ ନେଇ ଜବାବ୍ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତାକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବୁଧବାର ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ଆଜି ସୁପ୍ରିମକୋର୍ଟର ଜବାବ ରଖି ସରକାର କହିଛନ୍ତି ଯେ, ନିର୍ବାଚନ କମିଶନଙ୍କୁ ଆଇନ ପ୍ରଣୟନ କରିବା ପାଇଁ କ୍ଷମତା ପ୍ରଦାନ କରିହେବ ନାହିଁ। ନିର୍ବାଚନରେ ସଂସ୍କାର ନେଇ ସମସ୍ତ କ୍ଷମତା କେବଳ ସଂସଦ ନିକଟରେ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂସଦ କିମ୍ବା ସୁପ୍ରିମକୋର୍ଟ ସହ ନିର୍ବାଚନ ଆୟୋଗକୁ ତୁଳନା କରାଯିବ ନାହିଁ। ଏହାଛଡ଼ା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଥିବା କ୍ଷମତାକୁ ଅନ୍ୟ ଦୁଇ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିହେବ ନାହିଁ। କାରଣ ସ୍ୱତନ୍ତ୍ର କ୍ଷମତାଧାରୀ ହେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନ୍। ନିର୍ବାଚନ ଆୟୋଗ କୌଣସି ପକ୍ଷଭୁକ୍ତ ନହୋଇ ସ୍ୱଚ୍ଛ ନିର୍ବାଚନ ପରିଚାଳନା କରିବା ଜରୁରୀ ବୋଲି କେନ୍ଦ୍ର ସରକାର କହିଛନ୍ତି।

ନିର୍ବାଚନ ଆୟୋଗଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ଜନସ୍ୱାର୍ଥ ମାମଲା ଯେଉଁଥିରେ ସୁପ୍ରିମକୋର୍ଟ, ହାଇକୋର୍ଟର ବିଚାରପତିଙ୍କ ଭଳି ନିର୍ବାଚନ ଆୟୋଗକୁ ଅଧିକାର ମିଳିବା ନେଇ କୋର୍ଟଙ୍କ ନିକଟରେ ଦର୍ଶାଇଥିଲେ ଆବେଦନକାରୀ।

 

You might also like