ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । କ୍ୱିଣ୍ଟାଲ ପିଛା ଏହା ୨ ଶହ ଟଙ୍କା ବୃଦ୍ଧି ହୋଇପାରେ ଯଦି ଏହି ନିଷ୍ପତ୍ତି ନିଆଯାଏ, ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା ହେବ।
ଆଜି ଆର୍ଥିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟିରେ ଏହି ନିଷ୍ପତ୍ତି ହେବାର ସମ୍ଭାବନା ଅଛି। ଚାଷୀମାନେ ଯେମିତି ଖର୍ଚ୍ଚର ଦ଼େଢ଼ଗୁଣା ଦାମ୍ ପାଇବେ, ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଉଛନ୍ତି। ଧାନ, ମୁଗ ସହିତ ମୋଟ ୧୪ ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ବୃଦ୍ଧି କରିବାର ସମ୍ଭାବନା ଅଛି।