ଧାନର ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଧାନର ସହାୟକ ମୂଲ୍ୟ ବୃଦ୍ଧି । କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଆର୍ଥିକ ବ୍ୟାପାର ସମ୍ପର୍କିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସହାୟକ ମୂଲ୍ୟ ବୃଦ୍ଧି ପରେ ଧାନର ଦର କ୍ୱିଣ୍ଟାଲ ପିଛା ଦର ପାଖାପାଖି ୧୮୦୦ ଟଙ୍କାରେ ପହଞ୍ଚିଛି।
ଆହୁରି ପଢ଼ନ୍ତୁ
ଚାଷୀମାନେ ଯେମିତି ତାଙ୍କ ଖର୍ଚ୍ଚର ଉଚିତ ମୂଲ୍ୟ ପାଇବେ ତାକୁ ନେଇ ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ଧାନ ସହ ଅନ୍ୟ ୧୪ଟି ଶସ୍ୟର ଏମ୍ଏସ୍ପି ବୃଦ୍ଧି ହୋଇଥିବା ନେଇ ସୂଚନା ମିଲିଛି।