ଡ଼୍ୟାନ୍ସିଂ ଅଙ୍କଲଙ୍କୁ ପ୍ରଶଂସା କଲେ ଗୋବିନ୍ଦା

ମୁମ୍ବାଇ: ଇଣ୍ଟରନେଟ୍‌ରେ ଡ଼୍ୟାନ୍ସିଂ ଅଙ୍କଲ୍‌ ନାମରେ ନାଁ କମେଇଥିବା ୪୬ ବର୍ଷୀୟ ସଞ୍ଜୀବ ଶ୍ରୀବାସ୍ତବଙ୍କୁ ବଲିଉଡ୍‌ରୁ ପ୍ରଶଂସା ମିଳିଛି। ଏମିତି ବି ଶ୍ରୀବାସ୍ତବଙ୍କୁ ଅଭିନେତା ଗୋବିନ୍ଦା ବି ତାରିଫ୍‌ କରିଛନ୍ତି। ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ପାଖରେ ମଧ୍ୟ ପହଞ୍ଚି ଯାଇଛି ଡ଼୍ୟାନ୍ସିଂ ଅଙ୍କଲଙ୍କର ଏ ଭିଡିଓ। ଏହି ଭିଡ଼ିଓ ଦେଖିବା ପରେ ଅଭିନେତା ଗୋବିନ୍ଦା ଖୁସି ହେବା ସହ ତାଙ୍କ ପ୍ରତିକ୍ରିୟା ମିଡ଼ିଆକୁ ଜଣାଇ କହିଛନ୍ତି , “ଶ୍ରୀବାସ୍ତବ ଚମତ୍କାର ନାଚିଛନ୍ତି। ମୁମ୍ବାଇରେ ମତେ ଜଣେ ସେୟାର କରିଥିଲେ। ମୁଁ ଏଥିପାଇଁ ପ୍ରଥମେ ତାଙ୍କୁ ବହୁତ ଧନ୍ୟବାଦ ଜଣାଇବାକୁ ଚାହିଁବି । ମୁଁ ମୋ ସ୍ତ୍ରୀ ସୁନୀତାଙ୍କୁ ମଧ୍ୟ ଏହି ଭିଡ଼ିଓ ଦେଖାଇଛି ।” ଏମିତି ନାଚ ସେ ଭବିଷ୍ୟତରେ ଜାରି ରଖନ୍ତୁ ବୋଲି ଗୋବିନ୍ଦା କହିଛନ୍ତି।

ସେ ଆହୁରି କହିଛନ୍ତି ବଲିଉଡ୍‌ରେ ବହୁ ଷ୍ଟାର ମୋ ନୃତ୍ୟ ଶୈଳୀକୁ ଅନୁକରଣ କରିଛନ୍ତି, କିନ୍ତୁ ଅଧିକାଂଶ ସଫଳ ହୋଇନାହାଁନ୍ତି। ହେଲେ ପ୍ରଫେସର୍‌ ଶ୍ରୀବାସ୍ତଙ୍କ ଷ୍ଟେପ୍‌ ଉଚ୍ଚକୋଟୀର ହୋଇଛି ।

ଉଲ୍ଲେଖନୀୟ ଯେ, ଏକ ଫ୍ୟାମିଲି ୱେଡିଂ ଉତ୍ସବରେ ବଲିଉଡ୍‌ର ପ୍ରସିଦ୍ଧ କଳାକାର ଗୋବିନ୍ଦାଙ୍କ ଭଳି ତାଙ୍କର ଗୀତରେ ନାଚି ସେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚାର ବିଷୟ ସାଜିଛନ୍ତି। ୧୯୮୭ ମସିହାରେ ରିଲିଜ୍‌ ହୋଇଥିବା ଗୋବିନ୍ଦା-ନିଲମଙ୍କ ଅଭିନୀତ ‘ଖୁଦ୍‌ଗର୍ଜ’ ଫିଲ୍ମର ‘ ଆପ୍‌କେ ଆ ଜାନେ ସେ’ଗୀତରେ  ଶ୍ରୀବାସ୍ତବ ନାଟିଥିଲେ। । ଆଉ ଏହାର ଭିଡିଓ ସିଡିଆ ଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।  ରାତାରାତି ସେ ଜଣେ ସେଲିବ୍ରେଟି ପାଲଟିଯାଇଛନ୍ତି।

 

ଆହୁରି ପଢ଼ନ୍ତୁ

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

You might also like