କଳ୍ପନା ଜଳ୍ପନାର ଅବସାନ : ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ଡାକିଲେ ରାଜ୍ୟପାଳ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ଶେଷରେ ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି।

ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ତାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଆମନ୍ତ୍ରଣ କରିଥିବା ସୂଚନା ମିଳିଛି। ଏ ନେଇ ଏଏନ୍‌ଆଇ ସୂତ୍ରରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି। ତେବେ ଏହା ପରେ କଂଗ୍ରେସ ଓ ଜେଡିଏସ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା ଉପରେ ନଜର ରହିଛି। ପୂର୍ବରୁ ଆଜି ଅପରାହ୍ନରେ କଂଗ୍ରେସ ଓ ଜେଡିଏସ୍ ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ମେଣ୍ଟ ନିକଟରେ ୧୧୭ ବିଧାୟକ ସମର୍ଥନ ଥିବା ଦର୍ଶାଇ ସେମାନଙ୍କ ସ୍ୱାକ୍ଷର ଥିବା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ବିଧାୟକମାନଙ୍କୁ ପରେଡ୍ କରାଇବା ଲାଗି ମଧ୍ୟ କଂଗ୍ରେସ ଓ ଜେଡିଏସ ନେତା ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ।ତେବେ ରାଜ୍ୟପାଳ ସେମାନଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ।

You might also like
Comments
Loading...