ମାଲବାହୀ ଟ୍ରେନ ଲାଇନଚ୍ୟୁତ
କୋରାପୁଟ: କୋରାପୁଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। କୋରାପୁଟ ଜୟପୁର ମଧ୍ୟରେ ଥିବା ଦୟାନିଧିଗୁଡା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା।
ଏହି ମାଲବାହୀ ଟ୍ରେନ ବିଳମ୍ବିତ ରାତ୍ରୀରେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟ୍ରେନଟି ଜୟପୁରରୁ ବିଶାଖାପାଟଣା ଯାଉଥିଲା। ମାଲବାହୀ ଟ୍ରେନର ଇଂଜିନ ଲାଇନଚ୍ୟୁତ ହେବାପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଓ ମରାମତି ପରେ ଏବେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି।