ଏୟାରପୋର୍ଟ ବାହାରୁ ମିଳିଲା ବିଦେଶୀ ସୁନା

ଭୁବନେଶ୍ୱର: ପୁଣି ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ମିଳିଲା ବିଦେଶୀ ସୁନା। ୫ କିଲୋରୁ ଅଧିକ ସୁନା ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ।

ଜବତ ସୁନାର ଆନୁମାନିକ ମୂଲ୍ୟ ୧ କୋଟି ୮୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଗୁଇନ୍ଦା ଅଧିକାରୀ ୩ ଜଣଙ୍କୁ ଅଟକ ରଖିଛି। ଏମାନେ ସମସ୍ତେ ପ୍ରବାସୀ ଭାରତୀୟ ବୋଲି ଜଣାପଡ଼ିଛି କ୍ୱାଲାଲମ୍ପୁରରୁ ବିମାନରେ ଆସୁଥିବା ବେଳେ ସୁନାକୁ ଜବତ କରିବା ସହ ଏହି ୩ ଜଣଙ୍କୁ ଅଟକ ରଖାଯାଇଛି।

You might also like