ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ
ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ। ଏୟାର ଇଣ୍ଟେଲିଜେନ୍ସ ୟୁନିଟର କଷ୍ଟମ ବିଭାଗ ଏହାକୁ ଜବତ କରିଛି । ଏକ ସୁନା ଚେନ ଏବଂ ସୁନା କଡା ଜବତ ହୋଇଛି। ଜବତ ହୋଇଥିବା ସୁନା ପ୍ରାୟ ଏକ କେଜି ହେବ ଏବଂ ଆନୁମାନିକ ମୂଲ୍ୟ ୩୧ ଲକ୍ଷ ୫୪ ହଜାର ୬୨୦ ଟଙ୍କା ହେବ।
ଉଲ୍ଲେଖନୀୟ ଯେ, ଭୁବନେଶ୍ୱର ବିମାନ ବନ୍ଦରରୁ ଏମିତି ବାରମ୍ବାର ସୁନା ଜବତ ଘଟଣା ସାମନାକୁ ଆସୁଛି। ଗତ ୨୧ ତାରିଖରେ ଜଣେ ଯାତ୍ରୀଙ୍କ ଠାରୁ ୨୯୫ ଗ୍ରାମର ସୁନା ଜବତ କରିଥିଲା କଷ୍ଟମ୍ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ। ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀ ନିଜ ଅଭିନବ ଉପାୟରେ ଏହି ସୁନା ଆଣୁଥିବା ବେଳେ କଷ୍ଟମ୍ ବିଭାଗ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲା।