ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ

ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ। ଆଜି ବିମାନବନ୍ଦରରୁ ୧କିଲୋ ୨୦୦ ଗ୍ରାମର ସୁନା ବିସ୍କୁଟ୍ ଜବତ ହୋଇଛି।

ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ। କ୍ୱାଲାଲମ୍ପୁରରୁ ଆସିଥିବା ୨ ଦୁବାଇ ଯାତ୍ରୀଙ୍କ ଠାରୁ ଏହି ବିପୁଳ ପରିମାଣର ସୁନା ବିସ୍କୁଟ ଜବତ ହୋଇଛି।

ସୂଚନାଥାଉ କି, ଗତକାଲି ମଧ୍ୟ ଏୟାରପୋର୍ଟରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।

You might also like