ଆକାଶରେ ଉଡ଼ିବାକୁ ଇଚ୍ଛା କି? ମାତ୍ର ୧୦୯୯ଟଙ୍କାରେ ସ୍ୱପ୍ନ ହେବ ସତ
ନୂଆଦିଲ୍ଲୀ: ଫ୍ଲାଇଟ୍ରେ ବସିବା ପାଇଁ କାହାର ବା ଇଚ୍ଛା ନଥାଏ। ତେବେ ଟିକେଟ୍ର ମୂଲ୍ୟ ଅଧିକ ଯୋଗୁ ଅନେକ ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ‘ଗୋ ଏୟାର’ ଏକ ଦମ୍ଦାର ଅଫର ଆଣିଛି।
ସାଧାରଣ ବର୍ଗର ଲୋକଙ୍କୁ ଆକାଶରେ ଉଡ଼ିବାର ସୁଯୋଗ ଦେବାକୁ ‘ଗୋ ଏୟାର’ ଶନିବାର ଗ୍ରେଟ୍ ଫେଷ୍ଟିଭାଲ୍ ସେଲ୍ସ’ ପ୍ୟାକେଜ୍ ଲଂଚ୍ କରିଛି। ଏହି ପ୍ୟାକେଜ୍ରେ ୧୦୯୯ ଟଙ୍କାରେ ଯାତ୍ରା କରିପାରିବେ। ଟିକେଟ୍ ବୁକ୍ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୯ । ଡିସେମ୍ବର ୩୧, ୨୦୧୮ ମଧ୍ୟରେ ଯେତେବେଳେ ବି ଯାତ୍ରା କରିହେବ। ଖାଲି ସେତିକି ନୁହେଁ ପେ’ଟିଏମ୍ (Paytm) ମାଧ୍ୟମରେ ଯେଉଁମାନେ ଟିକେଟ୍ ବୁକିଂ କରିବେ ସେମାନଙ୍କ ପାଇଁ ଅଧିକ ସୁବିଧା ମଧ୍ୟ ରହିଛି। ଏଥିରେ ଆପଣଙ୍କୁ ୨୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍ବ୍ୟାକ୍ ମଧ୍ୟ ମିଳିବ। ‘ଗୋ ଏୟାର୍’ ଆପ୍ ଓ ୱେବ୍ସାଇଟ୍ରେ ମଧ୍ୟ ବୁକିଂ କରିହେବ।
ଏହି ଟିକେଟ୍ରେ ଗୋ ଏୟାରର ୨୩ଟି ଡୋମେଷ୍ଟିକ୍ ଡେଷ୍ଟିନେସନ୍କୁ ଯାତ୍ରା କରିପାରିବେ। ସେହି ଡେଷ୍ଟିନେସନ୍ ଗୁଡ଼ିକ ହେଲା- ଅହମ୍ମଦାବାଦ୍, ବାଗ୍ଡୋଗ୍ରା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡୀଗଡ଼, ଚେନ୍ନାଇ, ଦିଲ୍ଲୀ, ଗୋଆ, ଗୁଆହାଟୀ, ଜୟପୁର, ଜମ୍ମୁ, କୋଚି, କୋଲକାତା, ଲେହ୍, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ପାଟନା, ପୋର୍ଟ ବ୍ଲେଆର୍, ପୁନେ, ରାଞ୍ଚି, ଶ୍ରୀନଗର ଓ ହାଇଦ୍ରାବାଦ୍।