ଦେହ ତୁଳନାରେ ବଢ଼ୁଛି ମୁଣ୍ଡ

ବାଲେଶ୍ୱର: ବୟସ ଅନୁସାରେ ନୁହେଁ, ଅପ୍ରାକୃତିକ ଭାବେ ବଢୁଛି ମୁଣ୍ଡ। ଚିକିତ୍ସା ପାଇଁ ଅର୍ଥ ନାହିଁ। ପ୍ରଶାସନକୁ ଅନେକ ଗୁହାରି ପରେ ବି ସାହାଯ୍ୟ ସହଯୋଗ ମିଳୁନି। ଏହା ହେଉଛି ବାଲେଶ୍ୱର ଜିଲ୍ଲା ପଦ୍ମପୁରର ପ୍ରକାଶ ପାତ୍ରଙ୍କ ପରିବାରର କରୁଣ କାହାଣୀ।

ପ୍ରକାଶଙ୍କ ସାନ ଝିଅ ଝିଅ ଗାୟତ୍ରୀଙ୍କ ଅବସ୍ଥା ଯିଏ ବି ଦେଖିବ କାହାର ବି ଆଖିରେ ଲୁହ ଆସିଯିବ।  ଗାୟତ୍ରୀଙ୍କୁ ମାତ୍ର ୫ବର୍ଷ ବୟସ । ତାଙ୍କ ବୟସ ବଢିବା ସହିତ ଆଶ୍ଚର୍ଯ୍ୟଜନକ ଭାବେ ବଢୁଛି କେବଳ ମୁଣ୍ଡ। ଯେଉଁ କଅଁଳ ବୟସରେ ସେ ଖେଳିବା ବୁଲିବା କଥା ସେହି ବୟସରେ ତାଙ୍କ ଉପରେ ଦାଉ ସାଜିଛି ରୋଗ। ଡାକ୍ତରଙ୍କ କହିବାନୁସାରେ ତାଙ୍କ ମୁଣ୍ଡର ହାଡ଼ ବଢୁଛି।

ଗାୟତ୍ରୀଙ୍କ ବାପା ପ୍ରକାଶ ଏକ ହୋଟେଲରେ କାମ କରି ପରିବାର ଚଳାନ୍ତି। ତେଣୁ ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।

ପ୍ରକାଶ ଝିଅକୁ ବଞ୍ଚାଇବା ପାଇଁ ରାଜଧାନୀ ଆଣିଥିଲେ। ହେଲେ ଦିଲ୍ଲୀ ଏମ୍ସ ନେବାକୁ ‌ଏଠାରେ ଡାକ୍ତର କହିଥିଲେ। ତେବେ ଝିଅର ଚିକିତ୍ସା ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହା ବହନ କରିବା ପ୍ରକାଶଙ୍କ ପକ୍ଷେ ସମ୍ଭବ ନୁହେଁ। ଏଣୁ ସେ ଜିଲ୍ଲାପାଳଙ୍କୁ ଗୁହାରି କରି ରେଡକ୍ରସରୁ ଅଳ୍ପ କିଛି ଟଙ୍କା  ଯୋଗାଡ଼ କରିବାକୁ  ନିବେଦନ କରିଥିଲେ। ହେଲେ ଜିଲ୍ଲାପାଳ ଚିଠି ଖଣ୍ଡିଏ ଲେଖି ଦାୟିତ୍ୱ ସାରିଦେଇଛନ୍ତି।  ସେ ପ୍ରତିଶ୍ରୁତି ଦେଇଥିଲେ ସବୁ ମାଗଣାରେ ହୋଇଯିବ।  ହେଲେ MRI ରୁ ସିଟି ସ୍କାନ୍ ପର୍ଯ୍ୟନ୍ତ ସବୁଥିରେ ଖର୍ଚ୍ଚ କରି କରି ସର୍ବସାନ୍ତ ହୋଇଗଲେଣି ପ୍ରକାଶ। ଏବେ ସାହାଯ୍ୟ ପାଇଁ ସେ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like