ଡିଗ୍ରୀ ଇଂଜିନିୟରିଂ କଲେଜ ଛାତ୍ରୀଙ୍କୁ ରାଗିଂ

ରାଗିଂରେ ଜଣେ ଛାତ୍ରୀ ଅସୁସ୍ଥ, କେନ୍ଦୁଝର ମେଡିକାଲରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ଛାତ୍ରୀ ନିବାସର ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ। ରାଗିଂରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହଷ୍ଟେଲରେ ଲାଇନ୍ କଟିବାକୁ ନେଇ ରାଗିଂ ହୋଇଥିବା ସୂଚନା ମିଳିଛି।

ଅଭିଯୋଗ ମୁତାବକ, ଚତୁର୍ଥ ବର୍ଷର କିଛି ଛାତ୍ରୀ ୩ୟ ବର୍ଷର କିଛି ଛାତ୍ରୀଙ୍କୁ ଗାଳି ଦେଇଥିଲେ। ଏପରିକି ଗାଳିଦେବା ସହ ରାତିରେ ଖାଇବାକୁ ଦେବା ବନ୍ଦ କରିଥିବା ଅଭିଯୋଗ ହୋଇଛି। ତେବେ ଦୀର୍ଘ ସମୟ ଧରି ନଖାଇ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେପଟେ ରାଗିଂ ଅଭିଯୋଗକୁ ଇଂଜିନିୟରିଂ କଲେଜ ଅଧ୍ୟକ୍ଷ ସ୍ୱୀକାର କରିଛନ୍ତି।

You might also like