ସମ୍ବଲପୁର : କୁଚିଣ୍ଡା ଉପଖଣ୍ଡ କୁନ୍ତରା ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କୁ ବ୍ଲେଡ ମାଡ଼। ଛାତ୍ରୀଙ୍କ ବେକରେ ଅାଘାତ ଲାଗିଥିବାରୁ ତାଙ୍କୁ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି।
ଅଭିଯୋଗ ମୁତାବକ, କ୍ୟାମ୍ପସ ଭିତରେ ପ୍ରବେଶ କରି ଜଣେ ଅଣଛାତ୍ର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ କଥା ହେବା ବାହାନାରେ ଡାକି ବ୍ଲେଡରେ ଅାକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଏନେଇ କୁଷୁମୀ ଫାଣ୍ଡି ଥାନା ପୋଲିସ୍ ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ସହ ଥାନାରେ ଅଟକ ରଖିଛନ୍ତି ।