ବସ୍‌ରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର: ବସ୍‌ ଭିତରେ ବଦମାସୀ। ବସ୍‌ରେ ଯୁବତୀଙ୍କୁ କଣ୍ଡକ୍ଟର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ଯୁବତୀ ଜଣକ କେନ୍ଦୁଝର ଯିବା ପାଇଁ ବସ୍‌ଷ୍ଟାଣ୍ଡରେ ଏକ ପ୍ରାଇଭେଟ ବସ୍‌ରେ ଚଢ଼ିଥିଲେ।

ସେତେବେଳେ କୌଣସି ଯାତ୍ରୀ ନ ଥିବାର ସୁଯୋଗ ନେଇ କଣ୍ଡକ୍ଟର ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଚିତ୍କାର କରିବାରୁ ତାଙ୍କୁ ଛାଡ଼ି ଦେବା ସହ ଟିକେଟ ଫେରାଇ ପଳାଇ ଯିବାକୁ କୁହାଯାଇଥିଲା। ତେବେ ଏ ସମୟରେ କିଛି ଯାତ୍ରୀ ଆସି ଯିବାରୁ କଣ୍ଡକ୍ଟର ଚୁପ୍ ହୋଇ ଯାଇଥିଲା। ପରେ ବସ୍‌ କେନ୍ଦୁଝର ଯାଇଥିଲେ ମଧ୍ୟ ଯୁବତୀଙ୍କୁ ଅଧା ବାଟରେ କଣ୍ଡକ୍ଟର ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ପରିବାର ଲୋକଙ୍କ ସହାୟତାରେ କେନ୍ଦୁଝର ଟାଉନ ଥାନାରେ ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ସଂପୃକ୍ତ କଣ୍ଡକ୍ଟର କି ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

ଆହୁରି ପଢ଼ନ୍ତୁ

You might also like