କୁଆଖାଇ ନଦୀକୁ ଡେଇଁଲେ ଯୁବତୀ

ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁଲେ ଯୁବତୀ। ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟରେ କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଯୁବତୀ ଜଣକ ଏକ ଗାଡ଼ିରେ ଆସି ବ୍ରିଜ୍ ଉପରେ ଗାଡ଼ି ରଖିଥିଲେ। ପରେ ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷେ, ଯୁବତୀଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ଖବର ପାଇ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଂଚିଛନ୍ତି। ତେବେ କ’ଣ ପାଇଁ ଯୁବତୀ ଜଣଙ୍କ ନଈକୁ ଡେଇଁଲେ ତାହା ସ୍ପଷ୍ଟ ହୋଇ ନାହିଁ ।

You might also like