ରାୟଗଡ଼ା: କଲ୍ୟାଣସିଂହପୁର ଜଙ୍ଗଲରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କାଶିପୁର ବ୍ଲକ ବଦଲଝରଣ ଗାଁ ନିକଟରେ ଥିବା ଜଙ୍ଗଲରୁ ଏହି ନାବାଳିକାର ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ମୃତକ ଜଣକ ଡଙ୍ଗାସିଲ ପଞ୍ଚାୟତ ବଦଲଝର ଗାଁର ବୋଲି ଜଣାପଡ଼ିଛି।

ନାବାଳିକା ଜଣକ ଗତ ୧୪ ତାରିଖରୁ ନିଖୋଜ ଥିଲେ। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ  ଅଭିଯୋଗ ହୋଇଛି। ଏ ସମ୍ପର୍କରେ କାଶୀପୁର ବ୍ଲକ୍ ଡଙ୍ଗାସିଲ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମରଶରୀରକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

Other Stories