ଯୁବତୀଙ୍କୁ ୪ଜଣ ଗୋଡ଼େଇ ଗୋଡ଼େଇ ପିଟିଲେ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀର ବୋତଲମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ଗାଁର ୪ ଜଣ ଲୋକ ଗୋଡ଼େଇ ଗୋଡ଼େଇ ପିଟିଥିବା ଅଭିଯୋଗ ହୋଇଛି। ଠେଙ୍ଗାରେ ୪ ଜଣ ପିଟିଛନ୍ତି। ଅାଉ ଠେଙ୍ଗାରେ ପିଟିବାର ମାଡ଼ ଭିଡିଓ ଭାଇରାଲ ହୋଇଛି।

ପୂର୍ବ ଶତ୍ରୁତାକୁ ନେଇ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଜଣାପଡିଛି। ଏଥିରେ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ପୋଲିସ ଏତଲା ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର।

You might also like