ଏକ ତରଫା ପ୍ରେମକୁ ମନା କରିବାରୁ ଯୁବତୀଙ୍କୁ ମାଡ଼

ବିହାର : ଏକ ତରଫା ପ୍ରେମକୁ ମନା କରିବାରୁ ଯୁବତୀଙ୍କୁ ମାଡ଼। ଗାଁର ଏକ ବିଜୁଳି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ବିଫଳ ପ୍ରେମିକ। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ,କେମିତି ଯୁବତୀଙ୍କୁ ବନ୍ଧା ହୋଇଛି। ତା ପରେ ଅଭିଯୁକ୍ତ ଓ ତାର ସଂପର୍କୀୟମାନେ ତାଙ୍କୁ ମାଡ଼ ମାରୁଛନ୍ତି।

ବିହାରର ପଶ୍ଚିମ ଚମ୍ପାରନ ବାଘା ଅଞ୍ଚଳରେ ଏହି ଘଟଣା ଘଟିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପାଖରେ ବହୁ ଲୋକ ଛିଡ଼ା ହୋଇଛନ୍ତି, କିନ୍ତୁ କେହି କିଛି କରୁ ନାହାନ୍ତି; ବରଂ କେତେକ ଲୋକ ଆହୁରି ମାଡ଼ ମାରିବାକୁ କହୁଛନ୍ତି। ଆଉ କେତେକ ଖିଲି ଖିଲି ହୋଇ ହସୁଛନ୍ତି ।

ଜଣେ ମହିଳା ସେହି ଯୁବତୀଙ୍କୁ ମାଡ଼ରୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି। ଯୁବକ ଜଣକ ସେହି ଝିଅକୁ ଏକତରଫା ଭଲ ପାଉଥିଲା। ଝିଅଟି ପ୍ରେମ ନିବେଦନକୁ ମନା କରି ଦେବାରୁ ତାକୁ ଏଭଳି ମାଡ଼ ଓ ଅପମାନ ସହିବାକୁ ପଡ଼ିଛି। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

You might also like