ଘରୁ ଡାକି ଅାଣି ବାପ ମା’ ଛେଉଣ୍ଡ ଯୁବତୀଙ୍କୁ ଗଣଦୁଷ୍କର୍ମ

ବ୍ରହ୍ମପୁର: ବୁଗୁଡ଼ା ଟ୍ରେଜେରୀ ଅଫିସ୍ ହତାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘରୁ ଡାକି ଅାଣି ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ଜଣେ ସାଙ୍ଗ ମିଶି ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଅାସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ।

ଅାଜି ବୁଗୁଡ଼ା ମୁଖ୍ୟ ବଜାରରେ ଯୁବତୀ ଅଚେତ ହୋଇପଡ଼ିଥିଲେ। ତେବେ ସଂକଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ପୀଡ଼ିତା କହିଥିଲେ।

ଟ୍ରେଜେରୀ ଅଫିସ୍ ହତାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ବୁଗୁଡ଼ା ପୋଲିସ ନିଜ ଅାଡୁ ମାମଲା ରୁଜୁ କରିଛି ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି।

ଏଥିସହ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଯୁବତୀ ଜଣଙ୍କ ବାପା ମାଆ ଛେଉଣ୍ଡ ହୋଇଥିବାରୁ ସେ ତାଙ୍କ ପିଉସୀ ଘରେ ରହୁଥିଲେ।

You might also like