ପ୍ରେମିକର ଘର ସାମ୍ନାରେ ଜୀଅନ୍ତା ଜଳିଗଲା ପ୍ରେମିକା, ବାପା କହିଲେ- ମୋ ଝିଅକୁ …

ରାଉରକେଲା: ପରସ୍ପରକୁ ଭଲ ପାଉଥିଲେ, ହେଲେ ବାହାଘର କଥା ଉଠିବା ପରେ ସବୁ ଓଲଟପାଲଟ ହୋଇଗଲା। ଭୋରୁ ଭୋରୁ ପ୍ରେମିକର ଘର ସାମ୍ନାରେ ଜୀଅନ୍ତା ଜଳିଗଲେ ପ୍ରେମିକା। ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର B ରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ସେକ୍ଟର B ରେ ରହୁଥିବା ଅମିତ୍‌ ନାମକ ଯୁବକ ଓ ଉକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ତେବେ ବିବାହ ପାଇଁ ଯୁବକ ଜଣକ ମନା କରିଥିଲେ ବୋଲି କୁହାଯାଉଛି। ଆଜି ଭୋର ସମୟରେ ଯୁବତୀ ଜଣକ ଜଳିଯାଉଥିବା ବେଳେ ଚିତ୍କାର ଶୁଣି ପାଖ ପଡୋଶୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଆଇଜିଏଚ୍‌ରେ ତୁରନ୍ତ  ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ଅମିତଙ୍କ ବାପା ଓ ମାଆଙ୍କ ପୁଲିସ୍‌ ଅଟକ ରଖିଥିବା ବେଳେ ଅମିତ୍‌ ଫେରାର ଅଛି।

ଅନ୍ୟପକ୍ଷରେ, ଏହି ଘଟଣା ପରେ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି, ତାଙ୍କ ଝିଅକୁ ଅମିତ୍‌ଙ୍କ ପରିବାର ଲୋକେ ଜାଳି ଦେଇଛନ୍ତି।

ତେବେ ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।  ଏନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି।

 

You might also like