ପୁଅକୁ ଝୁରି ଝୁରି ମରିଗଲା ମା’, ତିରିଶ ଘଣ୍ଟା ପରେ ଲୁଚେଇ ଲୁଚେଇ ସଂସ୍କାର କଲା ଝିଅ

ମୁମ୍ବାଇ: ଏ ଏକ ମନଗଢ଼ା ଗଳ୍ପ ନୁହେଁ, ସତ କାହାଣୀ ଟିଏ I ଯାହା ଆପଣଙ୍କ ହୃଦୟକୁ ବିଦୀର୍ଣ୍ଣ କରି ଆଖିରୁ ଲୁହ ନିଗାଡ଼ି ଦେଇ ପାରେ I ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଗୀତା କପୁରଙ୍କ କାହାଣୀ I ପୁଅ ଝିଅ ଜନ୍ମ କରିଥିଲେ ମଲା ବେଳେ ମୁହଁରେ ପାଣି ଟୋପେ ଦେବେ ବୋଲି I କିନ୍ତୁ ବର୍ଷକ ତଳୁ ବୁଢ଼ୀ ବୟସରେ ମାଆକୁ ନେଇ ମେଡିକାଲରେ ଫିଙ୍ଗି ଦେଇ ଚାଲିଯାଇଥିଲା ପୁଅ I ପୁଅକୁ ଝୁରି ଝୁରି ମରିଗଲେ ବିଚାରୀ ଗୀତା କପୁର;  ପାଗେଳି ଭଳି କହୁଥିଲେ ‘ମେରା ରାଜା ଆୟେଗା’…. ହେଲେ କେହି ବି ଆସିଲେନି I ଦେଖନ୍ତୁ ଏହି ଫଟୋଚିତ୍ର କେମିତି ପୁଅ, ଝିଅଙ୍କୁ ମନେ ପକାଇ କାନ୍ଦୁଥିଲା ବେସାହାରା ମାଆଟି I

୬୭ ବର୍ଷ ବୟସରେ ଶନିବାର ଦିନ ଦେହାନ୍ତ ହୋଇଥିଲା ଏହି ବର୍ଷିଆନ ଅଭିନେତ୍ରୀଙ୍କର । ତାଙ୍କ ପୁଅ ଝିଅଙ୍କ ଆସିବାକୁ ଅପେକ୍ଷା କରି ମରଶରୀରକୁ ମୁମ୍ବାଇର ଭିଲ୍ ପାର୍ଲେ କୁପର ହସ୍ପିଟାଲରେ ରଖାଯାଥିଲା।

ମରିବାର ଦିନଟାଏ ବିତିଗଲା କେହି ଆସିଲେନି । ୩୦ ଘଣ୍ଟା ପରେ ରବିବାର ବିଳମ୍ବିତ ରାତିରେ ଝିଅ ଆରାଧ୍ୟା ଓ ଗୀତାଙ୍କର କେହି ସମ୍ପର୍କୀୟ ଭଉଣୀ ଆସି ଲୁଚେଇ ଲୁଚେଇ ସଂସ୍କାର କରି ଚାଲିଗଲେ I ଝିଅ ଆରାଧ୍ୟା କହିଗଲେ ମା’ର ଏ ଅବସ୍ଥା କଥା ତାଙ୍କୁ ଜଣା ନ ଥିଲା । ସମ୍ଭବତଃ ସେମାନେ ଏତେ ଲଜ୍ଜିତ ଥିଲେ ଯେ ଶବ ସଂସ୍କାର ବେଳେ କାହାରିକୁ ଡାକିଲେ ନାହିଁ । ଏମିତିକି ଗୀତାଙ୍କ ଦେଖାଶୁଣା କରୁଥିବା ସିବିଏଫସି ସଦସ୍ୟ ଅଶୋକ ପଣ୍ଡିତ ଓ ରମେଶ ତୌରନୀ ପ୍ରମୁଖଙ୍କୁ ମଧ୍ୟ ଡାକିଲେ ନାହିଁ ।  ବୃଦ୍ଧାଶ୍ରମରେ ଗୀତାଙ୍କ ସହ ଦିନ କାଟିଥିବା ଅନ୍ତେବାସୀମାନଙ୍କୁ ମଧ୍ୟ ଖୋଜିଲେ ନାହିଁ  ।

ଆଜି ସକାଳୁ ଅଶୋକ ପଣ୍ଡିତ ହସ୍ପିଟାଲକୁ ଶବ ସଂସ୍କାର ପାଇଁ ଯାଇଥିବା ବେଳେ ଡାକ୍ତର ତାଙ୍କୁ ସଂସ୍କାର କାର୍ଯ୍ୟ ସରିଯାଇଥିବା ଦୁଃଖର ସହ କହିଥିଲେ। ଅଶୋକ ପଣ୍ଡିତ ଏକ ଟ୍ୱିଟ୍ ଜରିଆରେ ତାଙ୍କର ଏହି ଦୁଃଖ ଓ କ୍ଷୋଭ ବ୍ୟକ୍ତ କରିଛନ୍ତି । ସେ ଚାହୁଁଥିଲେ ଅନ୍ତତଃ ପକ୍ଷେ ମର୍ଯାଦାର ସହ ଏହି ମହାନ୍ ଅଭିନେତ୍ରୀଙ୍କର ଶେଷକ୍ରିୟା ସମାପନ କରିବାକୁ । ହେଲେ ମଲା ପରେ ବି ଗୀତା କାପୁରଙ୍କୁ ଦୁର୍ଭାଗ୍ୟ ଛାଡ଼ି ନ ଥିଲା ।

ଆଜିଠୁ ପ୍ରାୟ ବର୍ଷକ ତଳେ ଗୀତାଙ୍କୁ ତାଙ୍କ ପୁଅ ରାଜା ଆଣି ହସ୍ପିଟାଲରେ ଛାଡି ପଳାଇଥିଲେ I ଗଲା ବେଳେ କହିଥିଲେ ଯାଉଛି ATM ରୁ ପଇସା ଉଠେଇ ଆସିବି I ସେହି ଦିନୁ ପୁଅ ରାଜା ଯାଇଛନ୍ତି ତ ଯାଇଛନ୍ତି I ଗୀତାଙ୍କୁ ତାଙ୍କ ପୁଅ ଛାଡି ପଳେଇବା ଖବର ଗତବର୍ଷ ଗଣମାଧ୍ୟମରେ ପ୍ରକାଶ ପାଇଥିଲା I ଗୀତା ଏକ ଗଣମାଧ୍ୟମକୁ କହିଥିଲେ, ପୁଅ ରାଜା ତାଙ୍କ ପିଟୁଥିଲା । ବୃଦ୍ଧାଶ୍ରମକୁ ଆସିବାକୁ ରାଜି ନ ହେବାରୁ ଘରେ ତାଲା ପକାଇ ରଖିଥିଲା । ଚାରି ଦିନରେ ଥରେ ଖାଇବାକୁ ଦେଉଥିଲା । ଶେଷରେ ଚାଲ୍ କରି ତାଙ୍କୁ ଆଣି ମେଡିକାଲରେ ଛାଡ଼ି ପଳାଇଲା ।

ଏ ଥିଲା ଗୀତା କାପୁରଙ୍କ କୋହଭରା କାହାଣୀ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।  ଗୀତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବଲିଉଡ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

You might also like