ମୟୂରଭଞ୍ଜ ସୁଲେଇପାଟ ଗାଁରେ ଗୁଳିକାଣ୍ଡ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ରେ ଗୁଳିକାଣ୍ଡ। ସୁଲେଇପାଟର ଗାଁ ସାଥୀ ଜ୍ୟୋତିନ୍ଦ୍ରନାଥ ଗିରିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଘଟଣା। କିଛି ଯୁବକ ଜ୍ୟୋତିନ୍ଦ୍ରଙ୍କୁ ସୁଲେଇପାଟ ଡ୍ୟାମ୍ ନିକଟକୁ ଡାକି ସେଠାରେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜ୍ୟୋତିନ୍ଦ୍ରଙ୍କୁ ଗୁଳି କରାଯାଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛି।